Menu
Recent Post

 

କବିସୂର୍ଯ୍ୟନଗରସ୍ଥ ମା ମହାମାୟୀଙ୍କ ଆବିର୍ଭାବ ବିଷୟରେ ନାନା ମୁନିଙ୍କ ନାନାମତ କିନ୍ତୁ ପୂରାଣ ଅନୁସାରେ ତ୍ରେତୟା ଯୁଗରେ ଯେତେ ବେଳେ ଶ୍ରୀ ରାମଚନ୍ଦ୍ର ମା ସିତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ବଣରେ ବୁଲୁଥିବା ସମୟରେ ଥରେ ମା ସତୀ (ପାର୍ବତୀ) ଦେଖନ୍ତି ଯେ , ଶିବ ରାମ ନାମ ଜପ କରୁଛନ୍ତି ସତୀ ଶିବଙ୍କୁ ପ୍ରଶ୍ନ କରିଥିଲେ ଯେ ରାମ କିଏ ? ଶିବ କହିଥିଲେ ତମେ ନିଜେ ଯାଇ ଦେଖ । ସତୀ ନିଜର ଅଲୌକିକ ବଳରେ ସୀତାଙ୍କ ଠାରୁ ରାମ ଦୂରେଇ ଥିବା କଥା ଜାଣି ପାରି ନିଜେ ସୀତା ରୂପ ଧାରଣ କରି ରାମଙ୍କ ପାଖକୁ ଯାଇଥିଲେ । ରାମ ସତୀଙ୍କୁ ଚିହ୍ନିପାରି କହିଥିଲେ , ମା ଜଗତ ଜନନୀ ଏକା ................. ହର ହର ମହାଦେବ କେଉଠି ? ଏ ବିଷୟ ଶିବ ଜାଣି ସତୀଙ୍କ ଉପରେ କ୍ରୋଧ ପ୍ରକାଶ କରିବାରୁ ସତୀ ତାଙ୍କ ପିତୃ ଗୃହ ଦକ୍ଷ ପ୍ରଜାପତିଙ୍କ ଘରକୁ ବିନା ନିମନ୍ତ୍ରଣରେ ଯାଇଥିଲେ । ଶିବ ସତୀଙ୍କ ବିବାହ ଦକ୍ଷ ପ୍ରଜାପତିଙ୍କ ଅନିଚ୍ଛା ସର୍ତ୍ତ୍ୟେ  ହୋଇଥିଲା , ତା ପରେ ସେ ନିଜ ପିତୃ ଗୃହକୁ ଯାଇନଥିଲେ ଠିକ ସେ ସମୟରେ ଦକ୍ଷ ପ୍ରଜାପତି ବିଶ୍ୟ ଶାନ୍ତି ମହାଜଙ୍ଗ୍ୟ  କରୁଥାନ୍ତିଏହି ଜଙ୍ଗ୍ୟରେ ଶିବଙ୍କୁ ଛାଡି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଶିବଙ୍କୁ ନିମନ୍ତ୍ରଣ ନକରିବାରୁ ସତୀଙ୍କ ହ୍ରୁଦୟକୁ ବହୁତ ବାଧିଥିଲା ଏବୋମ ସେ ଭାରସାମ୍ୟ ହରାଇ ଅଗ୍ନିରେ ଝାସ ଦେଇ ଆତ୍ମହୁତି କରିଥିଲେ । ଶିବ ଏଥିରେ ଅତିଷ୍ଟ ହୋଇ ସତୀଙ୍କ ଶବକୁ  କାନ୍ଧରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ ଏହା ଦ୍ୟାରାସାରା ଜଗତ ଧ୍ୟାଂସ ହେବାକୁ ଲାଗିଲା । ଏଣୁ  ଦେବତା ଗଣ ପାଳନ କର୍ତା  ବିଷ୍ନୁଙ୍କ ଶରଣ ପଶିଲେ । ସମସ୍ୟାର ସମାଧାନ ପାଈ ବିଷ୍ଣୁ ଶିବଙ୍କ ଅଜାଣତରେ ସତୀଙ୍କ ଶବକୁ ଖଣ୍ଡ ବିଖଣ୍ଡିତ କଲେ । ଏହା ଶହେ ଆଠ ଗୋଟି ଜାଗାରେ ପଡି ମହା ଶକତି ପୀଠ ଭାବେ ପ୍ରକାଶ ପାଇଲା ।    ତନ୍ମଧ୍ୟରୁ ସ୍ତନ ପୀଠ ତାରାତାରିଣୀ ,ଯୋନି ପୀଠ ,କାମାକ୍ଷ ,ପାଦ ପୀଠ  କବିସୂର୍ୟନଗରରେ  ମା ମହାମାଈ ରୂପରେ ପୂଜା ପାଇଲା । 


        
         

              


0

 
JAi ମା ମହାମାୟୀ

ଦଶମୀ ଦିନ ମା ଦୂର୍ଗାଙ୍କୁ  ମା ମହାମାୟୀ ନାମରେ ସମ୍ଭୋଧନ କରାଯାଏ ।  ମା ଦୂର୍ଗାଙ୍କୁ ନବଗ୍ରହଙ୍କ ଈଷ୍ଟଦେବୀ  ଭାବେ ପୂଜା କରାଯାଏ  । ଦଶମି ଦିନ ମା ଦୂର୍ଗାଙ୍କୁ ମା ମହାମାୟୀ ନାମରେ ସମ୍ଭୋଧନା କରାଯାଏ  । କାରଣ ଅଙ୍କ ଶାସ୍ତ୍ର ଅନୁଯାୟୀ : ଏକ (୧)ଠାରୁ  ନଅ (୯)ପର୍ଯଯନ୍ତ ମୁଖ୍ୟ ଅଙ୍କ  କୁହାଯାଏ । ଏକକ  ଅଙ୍କ ଭିତରେ ନଅ (୯) ହେଉଛି ଶ୍ରୀଷସ୍ଥାନ  ମୂଲ୍ୟାଙ୍କ,ନବଗ୍ରହ ,ନବରତ୍ନ ,ନବରଂଗ ଈତ୍ୟାଦିରୁ ନଅ(୯ ) ର ପ୍ରାଧ୍ୟାନ୍ୟ ଜଣାପଡେ । ହିନ୍ଦୁ  ସନାତନ ଧର୍ମରେ ବିଷ୍ନୁଙ୍କର ନଅ ଗୋଟି ଅବତାର ହି ଥିଲା । ପରବର୍ତୀ ସମୟରେ ଏସିଆ ମହାଦେଶର ଚତୃଦିଗରେ ବୌଦ୍ଧଧର୍ମର ପ୍ରସାର ଦ୍ରୁତ ବେଗରେ ହେବାକୁ ଲାଗିଲା , କାଳେ ସନାତନ ହିନ୍ଦୁ ଧର୍ମ  ଲୋପ ପାଇବ ବୋଲି ଭାବି ଆଦି ଶଙ୍କରାୟର୍ଯଜ୍ୟ ବୌଦ୍ଧ ଭିକ୍ଷୁ (ପଣ୍ଡିତ) ମାନଙ୍କୁ ଯୁକ୍ତି ତରକରେ ହରେଇବା ସହ ଭଗବାନ ବୁଦ୍ଧଙ୍କୁ ସନାତନ ଧର୍ମ ର  ବିଷ୍ଣୁଙ୍କ ଦଶ ଅବତାର   ମଧ୍ୟରେ ଜଣେ ବୋଲି ଦର୍ଶାଇ ସେମାନଙ୍କୁ ଆମ ଧର୍ମର ଗୋଟେ ଅଙ୍ଗ ବୋଲି କହି ତାଙ୍କୁ  ସନ୍ତୁଷ୍ଟ କରିଥିଲେ  । ଦଶ (୧୦) କହିଲେ ୧ ଯୁକ୍ତ ୦ = ୧୦ (୦ ଅର୍ଥାତ ମାୟା )ସେହିପରି ଦଶନ ଦିନ ପୂଜା ପାଊଥିବା  ମାଙ୍କୁ   ମହାମୟୀ  କୁହାଯାଏ  । 
2019 maa mahamayi alati image

0


କବିସୂର୍ୟନଗର ମା ମହାମୟୀ ଜଗତ ଜନନୀଙ୍କ ଏକମାତ୍ର ପାଦପୀଠ ଅବସ୍ଥିତ , ଯାହା ଜଗତରେ ଏକ ମାତ୍ର  ପୀଠ  ଯେଉଠି  ମାଙ୍କ  ପାଦକୁ ଆରାଧନା କରାଯାଏ । ବସନ୍ତ ଋତୁ  ରେ ହି ମାଙ୍କ  ପର୍ବହୁଏ । ବସନ୍ତ ଅର୍ଥାତ ସୃଷ୍ଟି  ବା ଋତୁ ର ଅନ୍ତ । ଏଣୂ ଚଇତ୍ର ମାସ ଓ ତା ପୂର୍ବରୁ ବାସନ୍ତିକ ଦୁର୍ଗାପୂଜ,ତାରାତାରିଣୀ  ଯାତ୍ରା ଈତ୍ୟାଦି ଶକ୍ତି ପୂଜା ଅନୁଷ୍ଟିତ ହୁଏ । ତ୍ରେତୟା ଯୁଗରେ ରାବଣର ବିନାଶ ପାଇ ଆବଶ୍ୟଜ ପଡିବାରୁ ଅସମୟରେ ମା ଦୂର୍ଗାଙ୍କ ନବରାତ୍ରି ପୂଜା ଶ୍ରୀ ରାମଚନ୍ଦ୍ରଙ୍କ ଦ୍ଵାରା ଅନୁଷ୍ଟି ତ କରା ଯାଇଥିଲା । ଅକାଳରେ ଅର୍ଥାତ ଅଶ୍ଵିନ ମାସରେ ମାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଥିବାରୁ ଅକାଳ -ବୋଧିନୀ  ବୋଲି ତାଙ୍କୁ କୁହାଯାଏ  । ନବରାତ୍ର ପୂଜାରେ ନବଗ୍ରହଙ୍କ ଈଷ୍ଟ ଦେବୀ ଯଥା :
  1. ମାତଙ୍ଗୀ
  2. ଭୁବନେଶ୍ଵରୀ
  3. ବଗଳା ମୁଖୀ
  4. ତ୍ରିପୁରା ସୁନ୍ଦରୀ
  5. ତାରା
  6. କମଲଟତିକା
  7. ଦକ୍ଷିଣକାଳୀ
  8. ଛିନ୍ନ ମସ୍ତା 
  9. ଧୂମାବତୀ  
ଙ୍କୁ କ୍ରମାଗତ ଭାବେ ପୂଜା କରାଯାଏ । ମା ଦୂର୍ଗାଙ୍କୁ ନବଗ୍ରହଙ୍କ ଈଷ୍ଟଦେବୀଭାବେ ପୂଜା କରିବାରୁ ତାଙ୍କୁ ଜଗତ ଜନନୀ ବୋଲି ମଧ୍ୟ କୁହାଯାଏ । ଦଶମୀ ଦିନ ମା ଦୂର୍ଗାଙ୍କୁ  ମା ମହାମୟି ନାମରେ ସମ୍ଭୋଧନ କରାଯାଏ।
0

2010 Thakurani Jatra Photo. KS Media
ପ୍ରାଚୀନ ଭାରତବର୍ଷ  ମୁନି ରୁଷି ମାନଙ୍କ ତପୋଭୂମି ଏ ହି ପବିତ୍ର ଭୂମିରେ ଭଗବାନ ବାରମ୍ବାର ଅବର୍ତୀର୍ଣ କରନ୍ତିଏ ହି  ଭାରତର  ଉଡ୍ର ପ୍ରଦେଶ (କଳିଙ୍ଗ,ଉତ୍କଳ,ଆଜିର  ଓଡିଶା ) ର ଆଠଗଡ ସାମ୍ରାଜ୍ୟର ଆଠଟି  ଗଡ ମଧ୍ୟରୁ  ଭରାଣ୍ଡଗଡ  ଅନ୍ୟତମ ଆଠଗଡ ରାଜା  ସୁଡଙ୍ଗ ଦେଇ ଦୁଆର  ସାହି ନିକଟସ୍ଥ ମା ଭରାଣ୍ଡି ଦେବୀଙ୍କୁ ଦର୍ଶନ ସକାଶେ ପ୍ରତି ସଙ୍କ୍ରାନ୍ତି ଦିନ ଆସୁଥିଲେ ।  ସେ ଭରାଣ୍ଡି ଦେବୀଙ୍କ ପରମ ଭକ୍ତ ଥିବାରୁ ଏହି ଅଞ୍ଚଳର ନାମ “ ଭରାଣ୍ଡିଗଡ “ ନାମରେ ନମିତା ହେଲା ଏହା କଳା,ସଂସ୍କୃତି  ଓ ବାଣିଜ୍ୟ ରେ  ପ୍ରଷିଦ୍ଧ ଲାଭ କରିଥିଲା । ଇତିହାସ କହେ ତଳ ଦିନେ  ପର୍ତୁଗୀଜ ମାନେ ଏହି ରାସ୍ତା ଦେଇ ଯାତାୟାତ କରୁଥିଲା  ବେଳେ ଭରାଣ୍ଡି ଗଡ ରେ ରାତ୍ରି ଜାପାନ କରୁଥିଲେ ପର୍ତୁଗୀଜ ଭାଷାରେ ବିଶ୍ରାମ ଓ ରାତ୍ରି ଯାପନ କରିବାକୁ ବାୟନ କୁହାଯାଏ  ।  କାଳକ୍ରମେ ଏ ଅଞ୍ଚଳ ବୟାନ ରୁ ବାୟିରନ  ଓ ପରେ ବୋଇରଣୀ ନାମରେ ନମିତା ହୋଇଥିଲା । ଭରାଣ୍ଡି ଗଡ ହି ଆଜିର ଗଞ୍ଜାମ ଜିଲାର କବିସୂର୍ୟନଗର ।


0

Author

authorHello, Hello, my name is Basant ( ବସନ୍ତ ) . I'm a 25 year old self-employed from the Berhampur.
Learn More →



Labels